ଦେଶ ବିରୋଧୀ କାର୍ଯ୍ୟକଳାପ ଓ ଜାଲିଆତି ଅଭିଯୋଗରେ ଯାଜପୁରରୁ ଜଣେ ଗିରଫ

ଭୁବନେଶ୍ୱର,୧୬/୧୨: ଦେଶ ବିରୋଧୀ କାର୍ଯ୍ୟକଳାପ ଓ ଜାଲିଆତି ଅଭିଯୋଗରେ ଯାଜପୁର ଧର୍ମଶାଳାରୁ ଏହି  ଯୁବକ  ଇଶାନ ବୁଖାରୀକୁ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ । ବୁଖାରୀରର ଘର କାଶ୍ମୀରର କୁପୱାରାରେ ବୋଲି ଜଣାପଡିଛି । ଏନଆଇଏ ଅଧିକାରୀଙ୍କ ସହ ସଂପର୍କ ଥିଲା ବୋଲି ବି କହୁଥିଲା । ବୁଖାରୀ ନିକଟରୁ ଜାଲି ବିଦେଶୀ ମେଡିକାଲ ଡକୁମେଂଟ ସହ ବହୁ ପରିମାଣର କାଗଜପତ୍ର ଜବତ ହୋଇଛି ।ସୟଦ ଇଶାନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥିଲା । ମିଛ ପ୍ରତିଶ୍ରୃତି ପାଇ ଅନେକ ସୁନ୍ଦରୀ ଝିଅ ତା ପ୍ରେମରେ ପଡୁଥିଲେ । ଆଉ ପରେ ସେମାନଙ୍କୁ ବିବାହ କରୁଥିଲା । ଝିଅମାନଙ୍କୁ ଏଭଳି ପ୍ରେମଜାଲରେ ଫସାଉଥିଲା ଯେ, ମହାରାଷ୍ଟ୍ର, ୟୁପି, ପଞ୍ଜା କେରଳ ଓ ଓଡିଶା ସମେତ ବିଭିନ୍ନ ସ୍ଥାନରେ ୬ରୁ ୭ ଜଣ ସ୍ତ୍ରୀ ଥିବା ନେଇ ସୂଚନା ପାଇଛି ଏସଟିଏଫ ।