ଓଡ଼ିଶାରେ ପାକିସ୍ତାନ ସିମ ଲିଙ୍କ, ଆଉ ଜଣେ ଗିରଫ

ଭୁବନେଶ୍ୱର,୧୧/୬: ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଓଟିପି ସ୍କାମ ମାମଲାରେ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ ପ୍ରୀତମ କର । ଯାଜପୁର ରାମଚନ୍ଦ୍ରପୁରର ଏହି ଯୁବକଙ୍କୁ ଏସଟିଏଫ୍ ଗରିଫ କରିଛି । ଏହି ଯୁବକ ପାକିସ୍ତାନର ଆଇଏସଆଇ ଲିଙ୍କରେ ଥିବା ନେଇ ସୂଚନା ପାଇଛି ଏସଟିଏଫ । ଓଡିଶାରେ ପ୍ରି ଆକ୍ଟିଭ ସିମକୁ ବ୍ୟବହାର କରି ଓଟିପି ଗୁଡିକୁ ପାକିସ୍ତାନ ପଠାଯାଉଥିଲା । ପ୍ରୀତମ ହ୍ୱାଟସଆପରେ ଅନେକ ଗ୍ରୁପ ତିଆରି କରିଥିଲେ । ଯେଉଁ ଗ୍ରୁପ ମାଧ୍ୟମରେ ଓଟିପି ସେୟାର ହେଉଥିଲା । ଆଜି ଏସଟିଏଫ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।ପୂର୍ବରୁ ୪ ଜଣ ଏହି ଓଟିପି ସେୟାରିଂ ମାମଲାରେ ଗିରଫ ହୋଇଥିଲେ ।