ରାଜ୍ୟରେ ପହଞ୍ଚିଲା ଓମିସିୟୋର କିଟ୍

ଭୁବନେଶ୍ୱର, ୧୯/୧: ରାଜ୍ୟରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ରାଜ୍ୟକୁ ଆଜି ଆସିଛି ଓମିସିୟୋର କିଟ୍। ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିୟୋର କିଟ୍ ଆଣିଛି ଓଡ଼ିଶା। ଓମିକ୍ରନ ଆକ୍ରାନ୍ତ ଚିହ୍ନଟରେ ସହାୟକ ହେବ ଏହି ଓମିସିୟୋର କିଟ୍। କିଟ୍ ପହଂଚିବା ପରେ ଡ୍ରାଏ ରନ ଚାଲିଛି। ଠିକ ଅଛି ନା ନାହିଁ ଟେଷ୍ଟ କରାଯାଉଛି। ଇଣ୍ଟରନାଲ ଷ୍ଟଡ଼ି ପାଇଁ ବ୍ୟବହାର କରାଯିବ। ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ବାହାରୁଛନ୍ତି ସେହି ଜିଲ୍ଲାକୁ କିଟ୍ ପଠାଯିବ। ପ୍ରାରମ୍ଭିକ ଭାବେ ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱରରେ ଏହି କିଟ୍ ବ୍ୟବହାର କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ ସୁଦ୍ଧା ୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।