ଆସନ୍ତାକାଲି ରାଜ୍ୟକୁ ଆସିବ ଓମିସିୟୋର କିଟ୍

ଭୁବନେଶ୍ୱର, ୧୬/୧: ରାଜ୍ୟରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆସନ୍ତାକାଲି ରାଜ୍ୟକୁ ଓମିସିୟୋର କିଟ୍ ଆସିବ। ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିୟୋର କିଟ୍ ଆଣୁଛି ଓଡ଼ିଶା। ଓମିକ୍ରନ ଆକ୍ରାନ୍ତ ଚିହ୍ନଟରେ ସହାୟକ ହେବ ଏହି ଓମିସିୟୋର କିଟ୍। ରାଜ୍ୟ ସରକାର ୫ ଲକ୍ଷ ଓମିସିୟୋର କିଟ୍ ମଗାଇଛନ୍ତି ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ ସୁଦ୍ଧା ୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।