ରାଜ୍ୟରେ ଏଯାଏ ଚିହ୍ନଟ ହୋଇନି ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ୱର, ୧୦/୧୨: ରାଜ୍ୟରେ ଏବେ ଓମିକ୍ରନକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହାରିମଧ୍ୟରେ  ଓମିକ୍ରନକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଏଯାଏ ଓମିକ୍ରନ ଚିହ୍ନଟ ହୋଇନି। ଏଯାବତ୍ ଏୟାର ସୁବିଧା ପୋର୍ଟାଲରେ ୧୨୮୬ ଜଣ ପଞ୍ଜୀକରଣ କରିଛନ୍ତି।ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ନମୁନା ପଠାଯାଇଛି କିନ୍ତୁ ଏଯାଏ ରିପୋର୍ଟ ଆସିନି ବୋଲି ସେ କହିଛନ୍ତି।