ଓମିକ୍ରନ ଆକ୍ରାନ୍ତ ଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ କରୋନାରେ ସଂକ୍ରମିତ

ଭୁବନେଶ୍ୱର, ୬/୧୨: ରାଜ୍ୟରେ ଏବେ ଟିକେ କରୋନା ସଂକ୍ରମଣ କମିବା ବେଳେ ଓମିକ୍ରନ ନେଇ ରାଜ୍ୟବାସୀଙ୍କୁ ଚିନ୍ତା ଘାରିଛି। ନଭେମ୍ବର ୨୪ ପରେ ଓମିକ୍ରନ ଆକ୍ରାନ୍ତ ଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ନମୁନା ଜିନମ ସିକ୍ବେନ୍ସିଂ ପାଇଁ ଆଇଏଲଏସ (ILS)କୁ ଆସିଛି । ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ବେନ୍ସିଂ ହୋଇଥିଲା । ସେ ନମୂନା ମଧ୍ୟରେ ଓମିକ୍ରନ ଚିହ୍ନଟ ହୋଇନି । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା ।