ଓମିକ୍ରନ ମୁକାବିଲା ପାଇଁ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପର ବୈଠକ

ନୂଆଦିଲ୍ଲୀ, ୬/୧୨: ଭାରତରେ ଚିନ୍ତା ବଢ଼ାଇଛି ଓମିକ୍ରନ। ଏହାର ମୁକାବିଲା ପାଇଁ ଆଜି ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ପକ୍ଷରୁ ବୈଠକ ହେବ । ବୈଠକରେ ବୁଷ୍ଟର ଡୋଜ ଦିଆଯିବା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏପରିକି ଶିଶୁଙ୍କୁ ଟିକାକରଣ ନେଇ ବଡ଼ ନିଷ୍ପତି ନିଆଯାଇପାରେ ବୋଲି ସୂଚନା ରହିଛି। ଉଲ୍ଲେଖ ଯୋଗ୍ୟ ଯେ ଦେଶରେ ୨୧ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି।