ବଢ଼ିଲା ଚିନ୍ତା, ରାଜ୍ୟରେ ଦୁଇ ବିଦେଶ ଫେରନ୍ତା କରୋନାରେ ସଂକ୍ରମିତ

ଭୁବନେଶ୍ୱର, ୧୮/୧୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଚିନ୍ତା ବଢ଼ାଇଲାଣି ଓମିକ୍ରନ। ଏହାରିମଧ୍ୟରେ କଟକରେ ୨ ବିଦେଶ ଫେରନ୍ତା କରୋନାରେ ସଂକ୍ରମିତ ହୋଇଛନ୍ତି।ଉଭୟ ବ୍ୟକ୍ତି ନାଇଜେରିଆରୁ ଫେରିଛନ୍ତି । ସେମାନଙ୍କର ଜିନମ ସିକ୍ବେସିଂ ପାଇଁ ପଠାଯାଇଛି। ସେମାନଙ୍କ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛି ଜିଲ୍ଲା ପ୍ରଶାସନ । ଦୁଇ ନାଇଜେରିଆ ଫେରନ୍ତାଙ୍କଠାରୁ ଆଉ ୫ ଜଣ ସଂକ୍ରମିତ ହୋଇଥିବା ସୂଚନା ରହିଛି।