୨୩ଟି ରାଜ୍ୟକୁ ବ୍ୟାପିଲାଣି ଓମିକ୍ରନ

ନୂଆଦିଲ୍ଲୀ, ୨/୧: ଦେଶରେ ଏବେ ମାଡିଚାଲିଛି ଓମିକ୍ରନ। ଏନେଇ ସମସ୍ତଙ୍କୁ ଭୟ ଘାରିଛି। ଏବେ ୨୩ଟି ରାଜ୍ୟକୁ ବ୍ୟାପିଲାଣି  ଓମିକ୍ରନ । ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୧୫ଶହ ୨୫ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିଲ୍ଲୀରୁ ୩୫୧, ଗୁଜରାଟରୁ ୧୩୬, ତାମିଲନାଡୁରୁ ୧୧୭, କେରଳ ୧୦୯, ରାଜସ୍ଥାନ ୬୯, ତେଲଙ୍ଗାନା ୬୭, କର୍ଣ୍ଣାଟକ ୬୪, ହରିୟାଣା ୬୩, ପଶ୍ଚିମବଙ୍ଗ ୨୦, ଆନ୍ଧ୍ରପ୍ରଦେଶ ୧୭ ଓ ଓଡ଼ିଶାରୁ ୧୪ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।