ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୬୩୦କୁ ବୃଦ୍ଧି

ନୂଆଦିଲ୍ଲୀ,୬/୧: ଦେଶରେ ଏବେ ହୁ ହୁ ହୋଇ ବଢି ଚାଲିଛି ଓମିକ୍ରନ। ଏବେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୬୩୦କୁ ବୃଦ୍ଧି ପାଇଛି। ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିଲାଣି ଓମିକ୍ରନ । ମହାରାଷ୍ଟ୍ରରେ ସର୍ବାଧିକ ୭୯୭, ଦିଲ୍ଲୀରେ ୪୬୫, ରାଜସ୍ଥାନରେ ୨୩୬, କେରଳ ୨୩୪, କର୍ଣ୍ଣାଟକ ୨୨୬, ଗୁଜରାଟ ୨୦୪, ତାମିଲନାଡୁ ୧୨୧, ତେଲଙ୍ଗାନା ୯୪, ହରିୟାଣା ୭୧, ୟୁପି ୩୧, ଆନ୍ଧ୍ର ୨୮, ପଶ୍ଚିମବଙ୍ଗରେ ୨୦, ଓଡ଼ିଶାରେ ୬୦ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ  ହୋଇସାରିଛନ୍ତି।