ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି

ନୂଆଦିଲ୍ଲୀ, ୩/୧: ଏବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓମିକ୍ରନ ଚିନ୍ତା ବଢ଼ାଇଛି। ଏବେ  ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି ପାଇଛି।୨୩ଟି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୫୧୦ ଓମିକ୍ରନ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ଦିଲ୍ଲୀ-୩୫୧, କେରଳ-୧୫୬, ଗୁଜରାଟ-୧୩୬, ତାମିଲନାଡୁ-୧୨୧, ରାଜସ୍ଥାନ-୧୨୦, ତେଲଙ୍ଗାନା-୬୭, କର୍ଣ୍ଣାଟକ-୬୪, ହରିୟାଣା-୬୩ ଓଡ଼ିଶା-୩୭, ପଶ୍ଚିମବଙ୍ଗ-୨୦, ଆନ୍ଧ୍ର ପ୍ରଦେଶ-୧୭, ମଧ୍ୟପ୍ରଦେଶ-୯ ଆକ୍ରାନ୍ତ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି।