ରାଜ୍ୟର ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୬/୧: ରାଜ୍ୟରେ ଏବେ କରୋନା ସଂକ୍ରମଣ ହଟାତ ବଢ଼ିବାରେ ଲାଗିଛି। ଏହାସହ ଚିନ୍ତା ବଢ଼ାଇଛି ଓମିକ୍ରନ। ଏହାରିମଧ୍ୟରେ ଆଜି ବଲାଙ୍ଗିରରେ ରାଜ୍ୟର ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିିଳିଛି। ମୃତକ ଜଣଙ୍କ ଆଗଲପୁର ବ୍ଲକ୍ ଅଞ୍ଚଳର ୪୫ ବର୍ଷୀୟା ମହିଳା ବୋଲି ଜଣାପଡ଼ିଛି।