ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ଲୋକମାନେ ଆତଙ୍କିତ ନହେବାକୁ ପରାମର୍ଶ

ଭୁବନେଶ୍ୱର, ୩/୧୨: ପୁଣି ନିଦ ହଜେଇସାରିଛି ଓମିକ୍ରନ। ଦେଶରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଏହାରିମଧ୍ୟରେ  ବାଙ୍ଗାଲୋରରୁ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଲୋକମାନେ ଆତଙ୍କିତ ନହୋଇ ସତର୍କ ରହିିବାକୁ ସେ କହିଛନ୍ତି । ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ରାଜ୍ୟକୁ ଆସିଥିବା ଏଭଳି ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ସ୍ତରରେ ସେମାନଙ୍କୁ ଟେଷ୍ଟ କରାଯିବ । ଯେଉଁମାନେ ବିଦେଶରୁ ଆସୁଛନ୍ତି, ବିମାନବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସୁଛି, ହୋମ କ୍ଵାରେଣ୍ଟିନରେ ରହିବାକୁ ସେମାନଙ୍କୁ କୁହାଯାଉଛି ।