ଦେଶରେ ବିସ୍ଫୋରଣ ଘଟାଇପାରେ ଓମିକ୍ରନ୍

ଭୁବନେଶ୍ୱର, ୧୮/୧୨: ଏବେ ଦେଶରେ ଟିକେ ସଂକ୍ରମଣ କମିଥିବା ବେଳେ ଚିନ୍ତା ବଢ଼ାଇଛି ଓମିକ୍ରନ୍। ଏହାରିମଧ୍ୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତରେ ବିସ୍ଫୋରଣ ଘଟାଇପାରେ ଓମିକ୍ରନ୍ । ଦୈନିକ ସଂକ୍ରମଣ ୧୪ ଲକ୍ଷ ଚିହ୍ନଟ ହୋଇପାରେ ବୋଲି ଆକଳନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ କୋଭିଡ୍-୧୯ ଟାସ୍କ ଫୋର୍ସ ମୁଖ୍ୟ ତଥା ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ ଏପରି ଆକଳନ କରିଛନ୍ତି । ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ୍ରେ ପରିସ୍ଥିତିକୁ ଲକ୍ଷ୍ୟ କରି ଏହିପରି ଆକଳନ କରିଛନ୍ତି ଡକ୍ଟର ଭି. କେ ପଲ ।