ଆମେରିକାରେ ଚିନ୍ତା ବଢାଇଛି ଓମିକ୍ରନର ନୂଅ ସବଭ୍ୟାରିଆଂଟ

ନୂଆଦିଲ୍ଲୀ,୧/୧: ଆମେରିକାରେ ଚିନ୍ତା ବଢାଇଛି ଓମିକ୍ରନର ନୂଅ ସବଭ୍ୟାରିଆଂଟ । ସବଭ୍ୟାରିଆଂଟ ଏକ୍ସବିବି ପଏଂଟ ୧ ପଏଂଟ ୫ ବେଶ୍ ସଂକ୍ରାମକ ହୋଇଥିବାରୁ ତାହାକୁ ସୁପରଭ୍ୟାରିଆଂଟ ବୋଲି କୁହାଯାଉଛି । ତଥ୍ୟ ଅନୁସାରେ ଆମେରିକାରେ ଏବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ନିକଟକରେ ନୂଅ ସବଭ୍ୟାରିଆଂଟ ରହିଛି । ଗତ ସପ୍ତାହ ତୁଳନାରେ ଏହି ଭାରିଆଂଟରେ ସଂକ୍ରମଣ ମାମଲା ୨ ଗୁଣ ହୋଇଛି । ବିକ୍ୟୁ ପଏଂଟ ୧ ଠାରୁ ଏହି ଭାରିଆଂଟ ୧୨୦ ଗୁଣା ଅଧିକ ସଂକ୍ରାମକ । ଉତରପୂର୍ବ ଆମେରିକାର ୭ ପ୍ରଦେଶରେ ଏହି ଭାରିଆଂଟ ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ଏଥିପାଇଁ ବହୁ ସଂଖ୍ୟାରେ ଲୋକେ ହସ୍ପିଟାଲରେ ଭର୍ତି ହେଉଛନ୍ତି । ପ୍ରଥମେ ଭାରତରେ ଏକ୍ସବିବି ଭାରିଆଂଟ ଦେଖିଦେଇଥିଲା । ପରେ ସିଙ୍ଗାପୁରରେ ବ୍ୟାପକ ସଂକ୍ରମଣର କାରଣ ହୋଇଥିଲା । ପରବର୍ତୀ ସମୟରେ ଏହା ରୂପ ବଦଳାଇ ଏକ୍ସବିବି ପଏଂଟ ୧ ଏବଂ ଏକ୍ସବିବି ୧ ପଏଂଟ ୫ ଫ୍ୟାମିଲି ସବଭାରିଆଂଟ ଭାବେ ଉଭା ହୋଇଛି ।