ନୂଆଦିଲ୍ଲୀ,୨୬/୦୬: ଲଗାତାର ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା । ବାଚନିକ ଭୋଟ ଅନୁଯାୟୀ ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କୁ ପରାଜିତ କରି ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୃହରେ ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୃହକାର୍ଯ୍ୟ ଆରମ୍ଭରୁ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଯାହାକୁ ଏନଡିଏରେ ଥିବା ସହଯୋଗୀ ଦଳ ସମର୍ଥନ କରିଥିଲେ । ସେହିଭଳି ଇଣ୍ଡିଆ ମେଣ୍ଟ ପକ୍ଷରୁ କେ ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା । ଯାହାକୁ ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡିକ ସମର୍ଥନ ଜଣାଇଥିଲେ । ଓମ୍ ବିର୍ଲା ବିଜୟୀ ହୋଇଥିବା ନେଇ ଗୃହରେ କହିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ।