ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୨/୦୬:ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଆଜି ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହାପରେ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ସମ୍ପର୍କରେ ଜାଣିପାରିବେ। ଏହି ଅବସରରେ ବିଭିନ୍ନ ୨୩ଟି ବିଭାଗରେ ଟପ୍ପର ହୋଇଥିବା ପରୀକ୍ଷାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା।ଏଥର ୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ୍ ୪୮, ୭୮୩ ଜଣ ରାଙ୍କ ପାଇଛନ୍ତି। ଏମାନେ ୨୩ଟି ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।