ଘୁଞ୍ଚିଲା OJEE ପରୀକ୍ଷା

ଭୁବନେଶ୍ୱର, ୧୪/୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲା। କିନ୍ତୁ ଏବେ କିଛି ଦିନ ହେବ ଟିକେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ବିପଦ ଟଳିନି। ତେଣୁ ପ୍ରାୟ ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ଏହାସହ ଏବେ କରୋନା ଯୋଗୁଁ  OJEE ପରୀକ୍ଷା ଘୁଞ୍ଚିଛି। ୧୨ ଜୁଲାଇକୁ ଘୁଞ୍ଚିଲା OJEE ଅନ୍‌ଲାଇନ ଆବେଦନ ତାରିଖ । ସେହିପରି ୧୪ ଜୁଲାଇ ସୁଦ୍ଧା ପରୀକ୍ଷା ଫି’ ଦାଖଲ କରିପାରିବେ। ଜୁଲାଇ ପ୍ରଥମ ସପ୍ତାହରେ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ। ଉଲ୍ଲେଖ ଯୋଗ୍ୟ ଯେ ୧୭ରୁ ୨୪ ଜୁନ୍ ଯାଏ ହେବାର ଥିଲା OJEE ପରୀକ୍ଷା।