ବଢ଼ିଲା ସ୍ବତନ୍ତ୍ର OJEE ଆବେଦନ ଅବଧି

ଭୁବନେଶ୍ୱର, ୧୦/୮: ରାଜ୍ୟରେ କରୋନା କଟକଣା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠ ପଢା ଉପରେ ବେଶ ପ୍ରଭାବ ପକାଇଛି। ଏହାରିମଧ୍ୟରେ ବି.ଟେକ୍‌ ପାଇଁ  ସ୍ବତନ୍ତ୍ର OJEE ଆବେଦନ ଅବଧି ବୃୃଦ୍ଧି ପାଇଛି । ଅଗଷ୍ଟ ୧୭ ଯାଏ ojee.nic.inରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସେହିପରି ଗଷ୍ଟ ୧୮ ସୁଦ୍ଧା ପରୀକ୍ଷା ଫି ପୈଠ କରାଯାଇ ପାରିବ । ଆବେଦନ କରିସାରିଥିବା ପିଲାଏ ଫର୍ମରେ ମଧ୍ୟ ସଂଶୋଧନ କରିପାରିବେ। ଅଗଷ୍ଟ ୧୭ ସୁଦ୍ଧା ଆବେଦନକାରୀ ପରୀକ୍ଷା କେନ୍ଦ୍ର ବି ବଦଳାଇ ପାରିବେ । କିନ୍ତୁ ଏହା ପରେ ଆଉ ଆବେଦନ ଅବଧି ବୃଦ୍ଧି ହେବ ନାହିଁ ବୋଲି ସୂଚନା ରହିିିଛି।