ବୃଦ୍ଧି ପାଇଲା OJEE ଆବେଦନ ଅବଧି

ଭୁବନେଶ୍ୱର, ୧୪/୫: ରାଜ୍ୟରେ କଁ ରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ସବୁ ସ୍ଥିତି ଓ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ପ୍ରାୟ ସବୁ ପରୀକ୍ଷା ବାତିଲ ନଚେତ ସମୟସୀମା ବୃଦ୍ଧି କରାଯାଉଛି। ଏହାରିମଧ୍ୟରେ ସେହିପରି କରୋନା ସଂକ୍ରମଣ ଦୃଷ୍ଟିରେ ରଖି OJEE ଆବେଦନ ଅବଧିକୁ ବୃଦ୍ଧି କରାଯାଉଛି। ଆବେଦନ ଅବଧି ମେ’ ୧୫ ଯାଏ ଥିଲା ଏବେ ଜୁନ୍ ୧୫ ଯାଏ ବଢ଼ିଲା; ଆବେଦନ ଅବଧି ବଢ଼ିଥିଲେ ବି ପରୀକ୍ଷା ଘୁଞ୍ଚିବା ନେଇ ସୂଚନା ନାହିଁ, ଜୁନ୍ ୧୭ରୁ ୨୪ ଯାଏ ପରୀକ୍ଷା ପାଇଁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଛି ।