ଭିିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର

ଭୁବନେଶ୍ୱର,୧୭/୫: ଭିିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସଞ୍ଜୟଙ୍କ ଘରେ ଚଢାଉ ଚାଲିଛି। ଭୁବନେଶ୍ୱର ବାସଭବନ , ଭଞ୍ଜନଗର ଅଫିସ ଓ ଭଡା ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ମୟୂରଭଞ୍ଜରେ ଥିବା ଘରେ ମଧ୍ୟ ଚଢାଉ କରାଯାଉଥିବା ଜଣାପଡିଛି । ଭିଜଲାନ୍ସ ଟିମରେ ଅଛନ୍ତି ୫ ଡିଏସପି ଓ ୧୨ ଇନ୍ସପେକ୍ଟର । ପୂର୍ବରୁ ସଞ୍ଜୟ କାମାକ୍ଷାନଗରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର ଥିଲେ ।