ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର,୩/୧୨: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ । ଜୟପୁର ବ୍ଲକର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ଟିମ୍ ଜୟପୁର, ଗଂଜାମ ଓ ଭୁବେନଶ୍ବରର ୬ଟି ସ୍ଥାନରେ ଚଢଉ କରୁଛି । ବିଶ୍ୱନାଥଙ୍କ ଜୟପୁରରେ ଥିବା ତିନି ମହଲା ଘର, ଗଂଜାମ ବେଲଗୁଣ୍ଠାରେ ଥିବା ଦୁଇ ମହଲା ଘର ଓ ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ତାଙ୍କ ସମ୍ପର୍କୀୟ ଘରେ ମଧ୍ୟ ରେଡ୍ ହେଉଛି । ଏଥିସହ ଜୟପୁର ସ୍ଥିତ ତାଙ୍କ ବାସଭବନ ଓ ଅଫିସରେ ମଧ୍ୟ ଚଢାଉ ଚାଲିଛି । ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ବର୍ତମାନ ସୁଦ୍ଧା ରେଡ୍ ଜାରି ରଖିଚି ଭିଜିଲାନ୍ସ ଟିମ୍ ।

Leave a Reply

Your email address will not be published. Required fields are marked *