ଭିଜିଲାନ୍ସ ଜାଲରେ ଓଏଫ୍‌ଏସ୍‌ ଅଧିକାରୀ

ଭୁବନେଶ୍ବର,୨୪/୦୮: ଭିଜିଲାନ୍ସ ଜାଲରେ ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ଏଫ୍‌ଏ ଓ ସିଏଓ ବିଜୟ କୁମାର ମଙ୍ଗରାଜ ।ତାଙ୍କ ଭୁବନେଶ୍ବର ପଳାଶୁଣିସ୍ଥିତ ଆବାସିକ ଘର, ଇଡ୍‌କୋ ଟାୱାର ଅଫିସ୍‌, ଓଏସ୍‌ଆର୍‌ଟିସି ଅଫିସ୍‌, ବାରିପଦା ପୈତୃକ ଘର ଆଦି ୭ଟି ସ୍ଥାନରେ ଚଢ଼ଉ କରି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଚଢ଼ଉ ବେଳେ ଭୁବନେଶ୍ବର ଓ କେରଳର ପ୍ରମୁଖ ସ୍ଥାନରେ ୩ଟି ବିଳାସପୂର୍ଣ୍ଣ କୋଠା ଠାବ କରାଯାଇଛି। ରସୁଲଗଡ଼-ପଳାଶୁଣିରେ ୨ଟି ଦୁଇ ମହଲା କୋଠା ଥିବା‌ବେଳେ କେରଳର ଏର୍ଣ୍ଣାକୁଲମଠାରେ ଗୋଟିଏ ୨ ମହଲା କୋଠା ଠାବ କରାଯାଇଛି। ଯାହା ୮୫ଲକ୍ଷ ଟଙ୍କାରେ କିଣାଯାଇଥିଲା। ସେହିପରି ଭୁବନେଶ୍ବର ପାଣ୍ଡରା ଅଞ୍ଚଳରେ ୨ଟି ପ୍ଲଟ୍‌ ରହିଛି। ତାଙ୍କ ଘରୁ ନଗଦ ଟଙ୍କା, ୫୦୦ ଗ୍ରାମର ସୁନାଗହଣା, ୧୭.୭୦ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଥିବା ବେଳେ ଗୋଟିଏ ହ୍ୟୁଣ୍ଡାଇ ଓ କିଆ କାର୍‌ ସହିତ ବୀମା, ବଣ୍ଡ୍‌ ଜମା ଠାବ କରାଯାଇଛି। ଏ ପର୍ଯ୍ୟନ୍ତ ହୋଇଥିବା ହିସାବରୁ ବ୍ୟାଙ୍କରେ ୧ କୋଟି ୪୭ ଲକ୍ଷ ୩୮ ହଜାର ୯୨୫ଟଙ୍କା ଜମାଥିବା ଜଣାପଡ଼ିଛି। ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ସମ୍ପତ୍ତି ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି।