ଗିରଫ ହେଲେ କୋଟିପତି ଯନ୍ତ୍ରୀ ପ୍ରଦୀପ ରଥ

ଭୁବନେଶ୍ୱର, ୬/୦୮: ପୁଣିଥରେ ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ । ଗିରଫ ହେଲେ କୋଟିପତି ଯନ୍ତ୍ରୀ ପ୍ରଦୀପ ରଥ । ମାରାଥନ ରେଡ୍ ପରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହେଲେ ଗିରଫ । ରେଡ ବେଳେ ଯନ୍ତ୍ରୀଙ୍କଠାରୁ ମିଳିଲା ୧ କୋଟି ୬୨ ଲକ୍ଷ ଟଙ୍କାର ନଗଦ ଜମା, ୪୫ ପ୍ଲଟ୍ । ଆଜି ପ୍ରଦୀପ ରଥଙ୍କୁ କୋର୍ଟ ଚାଲାଣ କରାଯିବ । କାଲି ୧୨ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।