ଭିଜିଲାନ୍ସ ଜାଲରେ ଟାଟା ପାୱାର ବଡ଼ଗାଁ ସେକ୍ସନର କନିଷ୍ଠଯନ୍ତ୍ରୀ

ଭୁବନେଶ୍ୱର,୨୦/୧୨: ଭିଜିଲାନ୍ସ ଜାଲରେ ଟାଟା ପାୱାର ବଡ଼ଗାଁ ସେକ୍ସନରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଇଂ ରଞ୍ଜନ ଦାସ। ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି। ତାଙ୍କ ନିକଟରୁ ଟଙ୍କା ଜବତ କରାଯାଇଛି।

ସୂଚନା ଅନୁସାରେ, ପ୍ରବୀଣ କୁଲୁ ବଡ଼ଗାଁ ଟାଟା ପାୱାର ଅଫିସରେ ଅସ୍ଥାୟୀ ହେଲ୍‌ପର ଭାବେ କାମ କରନ୍ତି। ତାଙ୍କୁ ସ୍ଥାୟୀ କରାଇଦେବା ପାଇଁ ସେ ତାଙ୍କୁ ବାରମ୍ବାର ଅନୁ​ରୋଧ କରିଥିଲେ। ୩୦ହଜାର ଟଙ୍କାଦେଲେ ତାଙ୍କୁ ସ୍ଥାୟୀ କରାଇଦେବେ ବୋଲି ସେ କହିଥିଲେ। ଟଙ୍କା ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।