ପଡୋଶୀ ଘରେ ଲୁଚିଥିଲେ ଲାଞ୍ଚୁଆ ଜେଇ, ଭିଜିଲାନ୍ସ ହାତରେ ଧରାପଡ଼ିଲେ

ଭୁବନେଶ୍ୱର,୩୦/୧୧: ଛାତ ଉପରୁ ଡିଆଁ ମାରି ପଡୋଶୀ ଘରେ ଲୁଚିଥିଲେ ଲାଞ୍ଚୁଆ ଜେଇ । ଭିଜିଲାନ୍ସ ବିଭାଗ ଦ୍ୱାରା ଖୋଜା ଖୋଜି ପରେ ପଡୋଶୀ ଘରେ ଜେଇ ଥିବା ଜଣାପଡିଥିଲା । ଜଳଯୋଗାଣ ବିଭାର ଜୁନିଅର ଇଂଜିନିୟର ସୁନିଲ କୁମାର ପାଢୀଙ୍କ ଜାଗମରା ସ୍ଥିତ ଘର ସମେତ ୫ଟି ସ୍ଥାନରେ ଜାରି ରହିଛି ଭିଜିଲାନ୍ସ ରେଡ୍ । କନିଷ୍ଠ ଯନ୍ତ୍ରୀଙ୍କ ଭୁବନେଶ୍ୱର ଓ ଗଞ୍ଜାମ ସ୍ଥିତ ୫ଟି ସ୍ଥାନରେ ଏକାକାଳୀନ ଚଢଉ କରୁଛି ଭିଜିଲାନ୍ସ ବିଭାଗ । ଜାଗମରା ସ୍ଥିତି ତିନି ତାଲା ବିଲ୍ଡିଂ, ଗଞ୍ଜାମ ଆସକା ସ୍ଥିତ ମାର୍କେଟ କମ୍ପେ୍ଲକ୍ସ, ପୈତୃକ ଘର, ସୁନୀଲଙ୍କ ଭଞ୍ଜନଗର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଏକାକାଳୀନ ଚଢାଉ କରୁଛି । ଭିଜିଲାନ୍ସ ବିଭାଗରର ୬ଜଣ ଡିଏସପି, ୩ ଇନସ୍ପେକ୍ଟର ଓ ୭ଜଣ ଏଏସଆଇ ଏହି ଚଢାଉରେ ନିୟୋଜିତ ହୋଇଛନ୍ତି । ଏବେ ସୁନିଲ ପାଢୀଙ୍କ ସନ୍ଧାନ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବାର ଅଭିଯୋଗ ହୋଇଥିଲା ।