ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର,୧୧/୧୦: ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ବଲାଙ୍ଗୀର ଓ ପୁରୀରେ ସୁଦର୍ଶନଙ୍କ ଘର ସମେତ ଏକକାଳୀନ ୬ ସ୍ଥାନରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ ସୁଦର୍ଶନ ଦୁଇ କୋଟିରୁ ଊର୍ଦ୍ଧ୍ବ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି। ପୁରୀରେ ୧୬ ସମେତ ମୋଟ ୨୮ଟି ପ୍ଲଟ ଥିବା ବେଳେ ଲାଞ୍ଚ ଟଙ୍କାରେ ଏକ  ବଡ଼ ଆଟଲିକା ନିର୍ମାଣ କରିଛନ୍ତି, ଯାହାର ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ। ଏହାସହ ୫୦ ଲକ୍ଷ ଟଙ୍କା, ୨୫୦ ଗ୍ରାମର ସୁନା ଅଳଙ୍କାର, ୩ଟି ଦାମୀ କାର ଆଉ ଗୋଟେ ସ୍ପୋର୍ଟସ ବାଇକ୍‌କୁ ମଧ୍ୟ ଜବତ କରାଯାଇଛି। ସୁଦର୍ଶନ ଆୟଠାରୁ ୧୦୦ ପ୍ରତିଶତ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିଲେ।