ଭିଜିଲାନ୍ସ ଜାଲରେ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ

ଭୁବନେଶ୍ୱର,୧/୧୦: ଭିଜିଲାନ୍ସ ଜାଲରେ ପଡିଛନ୍ତି ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା । ଟଙ୍କା ନେଇ ଯାଉଥିବାବେଳେ ଅଧାବାଟରେ  ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା। ତେବେ କେତେ ଟଙ୍କା ଥିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । କମାଣ୍ଡାଣ୍ଟଙ୍କ ଢେଙ୍କାନାଳ ସହର ସ୍ଥିତ ସରକାରୀ ବସଭବନରେ ବି ରେଡ ଚାଲିଛି । କେଉଁ ବାବଦରେ ସେ ଟଙ୍କା ସରକାରୀ ଗାଡିରେ ନେଇ ଯାଉଥିଲେ ତାର ଖୋଳତାଡ କରୁଛି ଭିଜିଲାନ୍ସ । ପୂର୍ବରୁ ସୁନୀଲଙ୍କ ନାଁରେ ଅନେକ ଅଭିଯୋଗ ଥିଲା । ସୂଚନାଯୋଗ୍ୟ ଯେ ଡେଙ୍କାନାଳର କାଇମାଟିରେ ଥିବା ଫାଷ୍ଟ ବାଟାଲିୟନରେ ସୁନୀଲ ବେହେରା କମାଣ୍ଡାଣ୍ଟ ଅଛନ୍ତି ।