ଭିଜିଲାନ୍ସ ଜାଲରେ ସୁପରଭାଇଜର ରାଜକୁମାରୀ

ଭୁବନେଶ୍ୱର,୩୦/୦୯: ଭିଜିଲାନ୍ସ ଜାଲରେ ନବରଙ୍ଗପୁର କୋଶାଗୁମୁଡା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର କୋଡ଼ିଙ୍ଗା ସେକ୍ଟର ସୁପରଭାଇଜର ରାଜକୁମାରୀ ନାଗ। ଖେଳ ସାମଗ୍ରୀ କିଣା ବିଲ୍ ବାବଦରେ ୫ହଜାର ୪୦୦ ଟଙ୍କା ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ।  ବନ୍ଧିଗୁଡାର ଅଙ୍ଗନବାଡି କର୍ମୀ ଶୁଭସ୍ମିତା ପାତ୍ରଙ୍କ ଠାରୁ ଖେଳ ବିଲ୍ ବାବଦକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।ସୂଚନାନୁସାରେ, ୨୦୨୨ ଅକ୍ଟୋବରରୁ ୨୦୨୩ ଜୁଲାଇ ସୁଦ୍ଧା ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷଣ ସାମଗ୍ରୀ ଏବଂ ଖେଳନା ବାବଦରେ ଆସିଥିବା ଟଙ୍କା ମଞ୍ଜୁର କରିବାକୁ ୫ ହଜାର ୪୦୦ ଟଙ୍କା ଲାଞ୍ଚ ମାଗିଥିଲେ କୋଡ଼ିଙ୍ଗା ମହିଳା ସୁପରଭାଇଜର ରାଜେଶ୍ବରୀ । ଏ ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା ।