ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର

ଭୁବନେଶ୍ୱର,୧୬/୦୮: ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର । ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ଅଧିନସ୍ତ ବଣିଆ ପଞ୍ଚାୟତ ଅଙ୍ଗନୱାଡି କର୍ମୀ ଇତିଶ୍ରୀ ସେଠୀ ଚାକିରୀ ପାଇବା ପରେ କାର୍ଯ୍ୟରେ ଯୋଗ ଦେଇ ସାରିଥିବା ବେଳେ ସିଡିପିଓ ସୁନନ୍ଦା ଦାସ ଇତିଶ୍ରୀଙ୍କୁ ୫୦ ହଜାର ଟଙ୍କା ବାରମ୍ବାର ମାଗୁଥିଲେ । ଶେଷରେ  ଇତିଶ୍ରୀଙ୍କ ଦାଦା ଏନେଇ ଭିଜିଲାନ୍ସ ଏସପିଙ୍କୁ ସୂଚନା ଦେଇଥିଲେ । ଆଜି ପ୍ରଶାନ୍ତ ପୁର୍ବ ପ୍ରସ୍ତୁତି ଅନୁଯାୟୀ ସିଡିପିଓଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ ଆସିଥିବା ବେଳେ ସୁପରଭାଇଜର ସୁଲଚନା ବେହେରାଙ୍କୁ ଟଙ୍କା ଦେବାକୁ କହିଥିଲେ ସିଡିପିଓ । ଏହି ସମୟରେ ଆଗରୁ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଦୁଇ ଅଧିକାରୀଙ୍କୁ ଗିରଫ କରିବା ସହିତ ଟଙ୍କା ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।