ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଏଏସଆଇ

ଭୁବନେଶ୍ୱର,୭/୮: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ କୋରାପୁଟ ଆମ୍ବଗୁଡା ଥାନା ଏଏସଆଇ ପି.କେ ମହାନ୍ତି । ଏକ ଗଣ୍ଡଗୋଳ ମାମଲାର ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସଆଇ । ଏ ନେଇ ଅଭିଯୋଗକାରୀ ଭିଜଲାନ୍ସର ସହାୟତା ନେଇଥିଲେ । ପୂର୍ବ ଯୋଜନା ମୁତାବକ ଏଏସଆଇ ଲାଞ୍ଚ ଟଙ୍କା ନେଉଥିବା ବେଳେ ଚଢାଉ କରି ଭିଜିଲାନ୍ସ ଧରିଛି ।ସୂଚନା ମୁତାବକ, ଜୟପୁର ବ୍ଲକର ଛାତଡିପୁଟ ଗାଁର କୃଷ୍ଣ ଗାଧବାଙ୍କ ସହ ସେହି ଗାଁର ଜଣେ ବ୍ୟକ୍ତିଙ୍କ ସହ କୌଣସି ମାମଲାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳର ଆପୋଷ ସମାଧାନ କରିବା ପାଇଁ ଲାଞ୍ଚ ମାଗିଥିଲେ।