ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ ଏଏସ୍‌ଆଇ

ଭୁବନେଶ୍ୱର,୨୨/୦୭: ଭଦ୍ରକ ଜିଲ୍ଲା ବନ୍ତ ଥାନା ଏଏସ୍‌ଆଇ ମାନସ ପରିଡ଼ାଙ୍କୁ ମଦିବସିଲା ଭିଜିଲାନ୍ସ। ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାପରେ ଭିଜିଲାନ୍ସ ପକ୍ଷରୁ  ମାମଲା ରୁଜୁ ହୋଇଛି।

ସୂଚନମୁତାବକ ଏକ ଜମିଜମା ବିବାଦକୁ କେନ୍ଦ୍ର କରି ସ୍ଥାନୀୟ ଟିଲୋ ଗ୍ରାମର କୈଳାସ ଚନ୍ଦ୍ର ନାଥ ଏବଂ ତାଙ୍କ ମା’ଙ୍କ ବିରୋଧରେ ବନ୍ତ ଥାନାରେ ମାମଲା ରୁଜୁ ହୋଇଥିଲା। ଏଥିରେ ଥାନାର ଏସ୍‌ଆଇ ମାନସ କୁମାର ପରିଡ଼ା ତଦନ୍ତ ଦାୟିତ୍ବରେ ଥିଲେ। ତେବେ ଏଏସ୍‌ଆଇ ପରିଡ଼ା ଗତକାଲି କୈଳାସଙ୍କୁ ସହ ଯୋଗାଯୋଗ କରି ଉକ୍ତ ମାମଲାରୁ ତାଙ୍କ ନାଁ ହଟାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସେ ଭିଜିଲାନ୍ସରେ ଦ୍ବାରସ୍ଥ ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ। ଆଜି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍‌ ପହଞ୍ଚି ଉକ୍ତ ଟଙ୍କା ଜବତ କରିବା ସହ ଏଏସ୍‌ଆଇ ପରିଡ଼ାଙ୍କୁ ଗିରଫ କରିଥିଲେ।