ଭିଜିଲାନ୍ସ ଜାଲରେ ସବ-କଲେକ୍ଟର ଅଫିସରଙ୍କ ବରିଷ୍ଠ କିରାଣୀ

ଭୁବନେଶ୍ୱର,୧୭/୦୬: ଭିଜିଲାନ୍ସ ଜାଲରେ ସବ-କଲେକ୍ଟର ଅଫିସରଙ୍କ ବରିଷ୍ଠ କିରାଣୀ । ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଟିମ୍ ଦ୍ୱାରା ରାମଚନ୍ଦ୍ରଙ୍କ ତେନ୍ତୁଳିଡିଙ୍ଗା ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ାଉ ଜାରି ରହିଛି ।କଟକ ଭିଜିଲାନ୍ସର ମୋଟ ୮ଟି ଟିମ୍ ଏହି ରେଡରେ ସାମିଲ ହୋଇଛନ୍ତି । ଏହି ଟିମରେ ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି, ୭ ଜଣ ସବ-ଇନସପେକ୍ଟର ଓ ବହୁ କର୍ମଚାରୀ ସାମିଲ ହୋଇଛନ୍ତି । ରାମଚନ୍ଦ୍ରଙ୍କ ପୈତୃକ ଘର, ତେନ୍ତୁଳିଡିଙ୍ଗା ସ୍ଥିତ ଫିଜିଓଥେରାପି କ୍ଲିନିକ୍, ବାରିପଦା ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଶ୍ୟାମାଖୁଣ୍ଟା ସ୍ଥିତ ତହସିଲ କାର୍ଯ୍ୟାଳୟ, ତୁଳସୀଚୌରା ସ୍ଥିତ ବାସଭବନରେ ରେଡ କରୁଛି ଭିଜିଲାନ୍ସ ।