ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୧୪/୨: ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଯନ୍ତ୍ରୀଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୩.୩୯ କୋଟିର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ଏହାସହ ସମ୍ବଲପୁରରେ ୬୪ ଲକ୍ଷର ଗୋଟିଏ ଫ୍ଲାଟ ମଧ୍ୟ ଠାବ ହୋଇଛି । ପୁଣି ଅଇଁଠାପାଲି ଅଂଚଳରେ ୨ଟି ପ୍ଲଟ, ଭୁବନେଶ୍ୱରରେ ୧କୋଟିରୁ ଅଧିକ ମୂଲ୍ୟର ଗୋଟିଏ ଦୋକାନ ଠାବ ହୋଇଛି। ଭୁବନେଶ୍ୱରରେ ୬୧ ଲକ୍ଷର ଏକ ପ୍ଲଟ ଓ ୩୨ଲକ୍ଷର ବ୍ୟାଙ୍କ ଜମା, ୧୯.୮୦ଲକ୍ଷର ଜୀବନ ବୀମା ଥିବା ସୂଚନା ରହିଛି।