ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖଡିଆଳ ଡିଏଫଓ ଅଫିସର ସିନିଅର ଆସିଣ୍ଟାଣ୍ଟ

ଭୁବନେଶ୍ୱର,୩୧/୦୫: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଡିଆଳ ଡିଏଫଓ ଅଫିସର ସିନିଅର ଆସିଣ୍ଟାଣ୍ଟ ସଂଜୟ କୁମାର ବାଗ। ସୂଚନା ଅନୁଯାୟୀ, ୨୦୨୨ ମସିହାରେ ସ୍ବେଚ୍ଛାକୃତ ଅବସର ପରେ ବିନୋଦିନୀ କୈବର୍ତ୍ତଙ୍କ ପେନସନ ପେପର କରିବା ପାଇଁ ସଂଜୟ କୁମାର ବାଗ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଅଭିଯୋଗକାରୀ ତାଙ୍କ ଭଉଣୀଙ୍କ ପେନ୍‌ସନ୍‌ କାଗଜପତ୍ର ଦସ୍ତାବିଜ ଏବଂ ଅବସରକାଳୀନ ସୁବିଧା ପ୍ରାପ୍ତ କରିବା ଲାଗି ଉକ୍ତ ଟଙ୍କା ଦେଉଥିଲେ।  ସେ ଏନେଇ ଭିଜିଲାନ୍ସକୁ ଖବର ଦେଇଥିଲେ।

ଆଜି ଅଭିଯୋଗକାରୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଖଡିଆଳ ଡିଏଫଓ ଅଫିସର ସିନିଅର ଆସିଣ୍ଟାଣ୍ଟ ସଂଜୟ କୁମାର ବାଗ। ତାଙ୍କ ନିକଟରୁ  ଲାଞ୍ଚ ଟଙ୍କା ଜବତ କରାଯାଇଛି। ତାଙ୍କର ଘର ଓ ଅନ୍ୟ ଏକ ଜାଗାରେ ଏବେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢଉ ଚାଲିଛି। ଏନେଇ କୋରାପୁଟ ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି।