ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ୍ ଶିକ୍ଷା ଅଧିକାରୀ

ଭୁବନେଶ୍ୱର,୧୧/୪: ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ । ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ମିଳିତ ଟିମ୍ ଚଢ଼ାଉ କରିଥିଲା। ଶାନ୍ତନୁଙ୍କ ଭଡ଼ା ଘରେ, ଭଦ୍ରକ ପୈତୃକ ଘର ଏବଂ ହିନ୍ଦୋଳ ଶିକ୍ଷା ଅଫିସରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ରେଡ୍ ବେଳେ ଶାନ୍ତନୁଙ୍କ ଭଡ଼ା ଘରୁ ନଗଦ ୯୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।