ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଖଡିଆଳ ବିଡିଓ ଗିରଫ

ଭୁବନେଶ୍ୱର ୧୯/୦୧: ଖଡିଆଳ ବିଡିଓ ନାରାୟଣ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି। ତାଙ୍କ ପାଖରୁ ଆୟଠାରୁ ଅଧିକ ୧୦୬ ପ୍ରତିଶତ ସମ୍ପତ୍ତି ଠାବ କରଛି ଭିଜିଲାନ୍ସ । ବଲାଙ୍ଗିରରେ ନାରାୟଣ ସାହୁଙ୍କ ଘରୁ ନଗଦ ଟଙ୍କା ସହ ପୁଳା ପୁଳା ସୁନା ଗହଣା ଜବତ କରାଯାଇଛି । ତାଙ୍କ ନାଁରେ ଏକାଧିକ ପ୍ଲଟ୍ ମଧ୍ୟ ଥିବା ସୂଚନା ମିଳିଛି । ବଲାଙ୍ଗିରର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଙ୍କ ସର୍ଚ୍ଚ ୱାରାଣ୍ଟ ରେ ନୂଆପଡା, ବଲାଙ୍ଗିର, ବରଗଡ଼ ଏବଂ ସୋନପୁରର ୫ଟି ସ୍ଥାନରେ ଭିଜିଲାନସ୍ ଅଧିକାରୀ ଚଢାଉ କରିଥିଲେ ।