ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

ଭୁବନେଶ୍ୱର,୧୦/୧: ଭିଜିଲାନ୍ସ ଜାଲରେ ରାଉରକେଲା ଆରଡବଲୁ ଡିଭିଜନରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ନନ୍ଦୀ କିଶୋର ନାଥ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର କାର୍ଯ୍ୟାଳୟ ଓ ବାସଭବନ ସମେତ ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନି‌ର୍ଦେଶକ୍ରମେ ଭୁବନେଶ୍ୱର, ବରଗଡ଼, ରାଉରକେଲା ଏବଂ ସମ୍ବଲପୁରର ୬ଟି ସ୍ଥାନରେ ଚଢ଼ଉ ଜାରି କରାଯାଇଥିବା ଜଣାଯାଇଛି। ଏଡି ଚଢ଼ଉରେ ୩ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ଜଣେ ଏସଆଇ, ୨ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।