ଭିଜିଲାନ୍ସ ଜାଲରେ ଇଡକଲ ଡେପୁଟି ମ୍ୟାନେଜର

ଭୁବନେଶ୍ୱର,୨୦/୧୨: ଆୟବହିର୍ଭୂତ ସମ୍ପତ୍ତିିି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ୱର,କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ରାଜଧାନୀର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ, ଇଷ୍ଟେଟରେ ଜୋନ୍ ଡିସେକ୍ଟର-ଏରେ ଥିବା ୩ ମହଲା କୋଠା, ଜୟଦେବ ବିହାରରେ ନିର୍ମାଣଧୀନ ୪ ମହଲା କୋଠା, କୋରାପୁଟ ଜିଲ୍ଲାସୁଙ୍କି ଗେଟରେ ଥିବା ଭଡ଼ାଘରରେ ରେଡ୍ ଚାଲିଛି । ନୟାଗଡ଼ର ଓଡ଼ଗାଁ ଥାନା ପାଟନା ସାହି, ପୈତୃକ ଘର ଏବଂ ରାୟଗଡ଼ାର ମୁନିଗୁଡ଼ା ପାଇକ ଛକରେ ଥିବା ଶଶୁର ଘରେ ରେଡ ଜାରି ରଖିଛି ଭିଜିଲାନ୍ସ ।