ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର

ଭୁବନେଶ୍ୱର, ୨/୧୧: ଭିଜିଲାନ୍ସ ଜାଲରେ ପଡିଛନ୍ତି ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା। ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଛି। ରାମଚନ୍ଦ୍ରଙ୍କଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ ହୋଇଥିବା ବେଳେ ନିମାପଡ଼ା ସରକାରୀ ବାସଭବନରୁ ୫୦ ହଜାର ଟଙ୍କା ଠାବ ହୋଇଛି। ଏହାସହ କଟକ ସିଡିଏ ସ୍ଥିତ ବାସଭବନ ଓ କେନ୍ଦ୍ରାପଡ଼ା ଘରେ ମଧ୍ୟ ଚଢ଼ାଉ ଜାରି ହୋଇଛି।