ଓଡ଼ିଶା ଷ୍ଟେଟ ଲ’ କମିଶନର ପୁନର୍ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୭/୧୨: ରାଜ୍ୟ ସରକାର ଆଜି ଓଡ଼ିଶା ଷ୍ଟେଟ ଲ’ କମିଶନର ପୁନର୍ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପିତ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ଲ’ କମିଶନ ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି । ଅଧ୍ୟକ୍ଷଙ୍କୁ ମିଶାଇ ଓଡ଼ିଶା ଲ’ କମିଶନରେ ମୋଟ ୬ ଜଣ ସଦସ୍ୟ ଅଛନ୍ତି । ଏକ୍ସ ଅଫିସୋ ସଦସ୍ୟ ଭାବେ ଆଡଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ ଓ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ସାମିଲ କରାଯାଇଛି। ସେହିପରି ଆଇନଜୀବୀ ଭାବେ ଦୁଇ ଜଣ ବରିଷ୍ଠ ଓକିଲ ସୂର୍ଯ୍ୟପ୍ରକାଶ ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ରଙ୍କୁ ସାମିଲ କରାଯାଇଛି । ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୨୦୧୬ ମାର୍ଚ୍ଚ ୧୬ ତାରିଖରେ  ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଓଡ଼ିଶା ଷ୍ଟେଟ ଲ କମିଶନର ବ୍ୟବସ୍ଥା ଆଧାରରେ ଆଜି ଲ’ କମିଶନ ଗଠନ କରାଯାଇଛି ।

Leave a Reply

Your email address will not be published. Required fields are marked *