ଟିକାକରଣକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର, ୬/୧: ଟିକାକରଣକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ପ୍ରସ୍ତୁତ ଅଛି। ୨ ମାସ ପାଇଁ ସତର୍କ ରହିବାକୁ କୋଭିଡ୍‌ ସମୀକ୍ଷା ବୈଠକରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଆହୁରି ସତର୍କତା ଆବଶ୍ୟକ ବୋଲି ସେ କହିଛନ୍ତି।

ଏବେ ରାଜ୍ୟର ଅଧିକାଂଶ ଜିଲ୍ଲା ଗ୍ରୀନ୍‌ ଜୋନ୍ ରହିଛି। ତେଣୁ କୋଭିଡ୍‌ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
କୋଭିଡ୍‌ ଟିକା ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି। ରାଜ୍ୟରେ ୭୦ ଲକ୍ଷ ଲୋକଙ୍କ କୋଭିଡ‌ ପରୀକ୍ଷା କରାଯାଇଛି। ପୃଥିବୀରେ ଟିକା ଉତ୍ପାଦନରେ ଭାରତ ଆଗୁଆ ଦେଶ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।