ଓଡ଼ିଶା ପାଇଁ ରେଲୱେ ବଜେଟରେ ୫୫୨୮ କୋଟି ବ୍ୟୟବରାଦ

ଭୁବନେଶ୍ୱର, ୪/୨: ଓଡ଼ିଶା ପାଇଁ ରେଲୱେ ବଜେଟରେ ୫୫୨୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ। ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଛି । ୨୦୨୧-୨୨ରେ ଅନୁଦାନ ହାର ୫୬୦% ଅଧିକ ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।ନୂଆ ରେଳପଥ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ହେବ। ୩୯ଟି ପ୍ରକଳ୍ପରେ ୪୮୭୭ କିମି ପାଇଁ ଖର୍ଚ୍ଚ ହେବ ୬୧,୯୪୯ କୋଟି ।