ଓଡ଼ିଶା ପୋଲିସ କର୍ମଚାରୀଙ୍କ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୧୨: ଓଡ଼ିଶା ପୋଲିସ କର୍ମଚାରୀଙ୍କ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜଙ୍ଗଲରେ ପୋଲିସ ଦେଖାଇଛନ୍ତି ମାନବିକତା । ଗୁଳି ବିନିମୟ ବେଳେ ଆହତ ମାଓବାଦୀକୁ ଉଦ୍ଧାର କରିଥିଲା ପୋଲିସ । ମାଲକାନଗିରିର ଟୋଟାଗୁଡ଼ା ଜଙ୍ଗଲରେ BSF ଓ SOGଙ୍କ ମିଳିତ ଅପରେସନ ଚାଲିଥିଲା । ସେତେ ବେଳେ ଆହତ ମାଓବାଦୀକୁ ଉଦ୍ଧାର କରିଥିଲା ପୋଲିସ।