ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଭୁବନେଶ୍ୱର, ୧୧/୧୧: ବହୁ ଚର୍ଚ୍ଚିତ ମମିତା ହତ୍ୟା ଘଟଣାରେ ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।ଜୋରଜବରଦସ୍ତ ଭାବେ ଦୋକାନ ବଜାର ବନ୍ଦ କରିପାରିବ ନାହିଁ। ଏହାସହ ଅନ୍ୟପଟେ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ହାଇକୋର୍ଟଙ୍କୁ ଅବଗତ କରିଛି କଂଗ୍ରେସ। ଅଖ ଓ ଚକ ମଧ୍ୟ ଅଟକାଇ ପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।