ଏଏସଓ ପରୀକ୍ଷା ମାମଲାରେ ଶୁଣାଣି, ପୂର୍ବ ରାୟକୁ କାଏମ ରଖିଲେ ହାଇକୋର୍ଟ

ଭୁବନେଶ୍ୱର,୩୧/୦୭: ହାଇକୋର୍ଟରେ ଏଏସଓ ପରୀକ୍ଷା ମାମଲାରେ ଶୁଣାଣି । ମେଧା ତାଲିକାରେ ସ୍ଥାନ ପାଇଥିବା ଆଶାୟୀଙ୍କୁ ଝଟକା । ଦାଖଲ ରିଟ୍ ପିଟିସନ ଓ ରିଭ୍ୟୁ ପିଟିସନ ଖାରଜ ହୋଇଛି । ପୂର୍ବ ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି । ପୂର୍ବରୁ ମେଧା ତାଲିକାକୁ ହାଇକୋର୍ଟ ଖାରଜ କରିଥିଲେ । ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ । ଓଡ଼ିଶା ସେକ୍ରେଟାରିଏଟ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ୍ ଏଏସଓ ରୁଲ୍ସ, ୨୦୧୬ର ଉଲ୍ଲଂଘନ କରି ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି । ଏଥି ସହିତ ୨୦୧୬ର ରୁଲ୍ସ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।