ଭୁବନେଶ୍ୱର, ୧୧/୦୨: ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଏଣିକି ପୁଅ ଜନ୍ମ ହେଲେ ୧୦ ହଜାର , ଆଉ ଝିଅ ଜନ୍ମ ହେଲେ ରାଜ୍ୟ ସରକାର ଦେବେ ୧୨ ହଜାର ଟଙ୍କା । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦତା ଯୋଜନା ମିଳିତ ଭାବେ କାର୍ୟ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, କନ୍ୟାସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ସେପଟେ ଏହି ଯୋଜନାରେ ପୁଅ ଜନ୍ମ ହେଲେ, ମିଳିବ ୧୦ ହଜାର ଟଙ୍କା । ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବାବେଳେ, ନୂଆ କରି ଆରମ୍ଭ ହେବାକୁ ଥିବା ଏହି ମିଳିତ ଯୋଜନାରେ ଏହି ଟଙ୍କାକୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସହାୟତା କରୁଥିବା ଅଙ୍ଗନବାଡି କର୍ମୀମାନଙ୍କୁ ମଧ୍ୟ ଏଣିକି, ୨ ଶହ ଟଙ୍କା ବଦଳରେ ୨ଶହ ୫୦ ଟଙ୍କା ମିଳିବ । ଏହାସହ ଅଙ୍ଗନବାଡି ସହାୟକଙ୍କୁ ୫୦ ଟଙ୍କା ବଦଳରେ ପ୍ରୋତ୍ସାହନ ରାଶି ଭାବେ ୧୫୦ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।