ନିଯୁକ୍ତି ମେଳାରେ ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୧୨: ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୩୭୬ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହ ପୂର୍ବ ସରକାର ଉପରେ ବର୍ଷିଛନ୍ତି ।  ଆଉ କହିଛନ୍ତି, ନବୀନ ସରକାର ଯାହା କରିପାରିନଥିଲେ ତାହାକୁ ପୂରା କରି ଦେଖାଇବେ ନୂଆ ସରକାର। ୬ ମାସରେ ମୋହନ ସରକାରଙ୍କ ୬ ନିଯୁକ୍ତି ମେଳା। ଚାକିରି ପାଇଲେଣି ୨୦ ହଜାରରୁ ଅଧିକ ଯୁବବର୍ଗ। ଆଉ ତାହା ବି ପୁଣି ସ୍ବଚ୍ଛତାର ସହ। କିଛି ଏଭଳି କହି ପୂର୍ବ ସରକାରକୁ କଟାକ୍ଷର ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଶ୍ବସ୍ତରୀୟ ସ୍ବପ୍ନ ଦେଖାଇ କିଭଳି ଯୁବବର୍ଗଙ୍କ ସହ ବିଶ୍ବାସଘାତକତା କରାଯାଉଥିଲା ତାହା ନବନିଯୁକ୍ତ ସରକାରୀ କର୍ମଚାରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଆହ୍ବାନ ଦେଇଛନ୍ତି, ସ୍ବଚ୍ଛତାର ସହ କାମ କରି ଓଡ଼ିଶାକୁ ଏକ ନମ୍ବର କରିବାରେ ସହାୟକ ହୁଅ। ଏଥିପାଇଁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ।