ରାଜ୍ୟ କର୍ମଚାରୀମାନଙ୍କ ଅବସରକାଳୀନ ଗ୍ରାଚ୍ୟୁଇଟି ସୀମା ୧୫ଲକ୍ଷ ଟଙ୍କାରୁ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର,୮/୧୦: ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଆଜି ଦଶହରା ପୂଜା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ କର୍ମଚାରୀମାନଙ୍କ ଅବସରକାଳୀନ ଗ୍ରାଚ୍ୟୁଇଟି ସୀମା ୧୫ଲକ୍ଷ ଟଙ୍କାରୁ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ପିଛିଲା ଭାବେ ୨୦୨୪ ଜାନୁୟାରୀ ପହିଲାରୁ ଲାଗୁ ହେବ ।ରାଜ୍ୟର ବିଭିନ୍ନ ସେବା ସଂଗଠନଗୁଡ଼ିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ ।ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୨୪ ଜାନୁୟାରୀ ପହିଲାରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ(ପେନସନ) ନିୟମ ଅନୁସାରେ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚ୍ୟୁଇଟି ସୀମାକୁ ବୃଦ୍ଧି କରିଛନ୍ତି ।

Leave a Reply

Your email address will not be published. Required fields are marked *