ବ୍ରେନ୍ ମ୍ୟାଲେରିଆ ପାଇଁ ଓଡ଼ିଶାରୁ ବାହାରିଲା ଔଷଧ

ଭୁବନେଶ୍ୱର,୨୨/୨: ବ୍ରେନ ମ୍ୟାଲେରିଆ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିଦିଏ। ଏହା ବହୁତୁ ଭୟଙ୍କର ରୋଗ। ଏହାରିମଧ୍ୟରେ ଏହି ରୋଗର ମୁକାବିଲା ପାଇଁ ଏକ ଚମକ୍ରାର କରି ଦେଖାଇଛନ୍ତି ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକ ଅରୁଣ ନାଗରାଜ ଏବଂ ତାଙ୍କ ଟିମ୍ । ବ୍ରେନ୍ ମେଲେରିଆ ବା ମସ୍ତିଷ୍କ ଜ୍ୱର ପାଇଁ ଓଡ଼ିଶାରୁ ବାହାରିଛି ଔଷଧ । ଏହି ଔଷଧକୁ ଜୀବଜନ୍ତୁଙ୍କ ଉପରେ ପରୀକ୍ଷଣ କରାଯାଇଛି । ଯାହା ଶତପ୍ରତିଶତ ସଫଳ ହୋଇଛି । ଖୁବ୍ ଶୀଘ୍ର ଏହାକୁ ମାନବ ପରୀକ୍ଷଣ କରାଯିବା ନେଇ ସୂଚନା ରହିଛି।